ଇସ୍ରାଏଲ୍‌ ଆକ୍ରମଣରେ ୩ ହମାସ୍‌ ଆତଙ୍କବାଦୀ କମାଣ୍ଡର୍‌ ନିହତ

ଗାଜା ସିଟି : ଜେଟ୍‌ ଆକ୍ରମଣରେ ଦରାଜ ତୁଫା ବାଟାଲିଆନ୍‌ରେ ଥିବା ହମାସ୍‌ର ୩ଜଣ ବରିଷ୍ଠ ଆତଙ୍କବାଦୀ କମାଣ୍ଡର୍‌ ନିହତ ହୋଇଛନ୍ତି। ଏମାନଙ୍କୁ ହମାସର ସବୁଠୁ ଗୁରୁତ୍ଵପୂର୍ଣ୍ଣ ବ୍ରିଗେଡ୍‌ ବୋଲି ବିବେଚନା କରାଯାଏ। ଗୁରୁବାର ରାତିରେ ଇସ୍ରାଏଲ୍‌ ସେନା ଏହି ସୂଚନା ଦେଇଛି।

ଇସ୍ରାଏଲ୍‌ ସେନା କହିଛି ଏହି ୩ କମାଣ୍ଡର୍‌ ଅକ୍ଟୋବର ୭ ତାରିଖ ଇସ୍ରାଏଲ୍‌ ଆକ୍ରମଣ ଓ ଜଘନ୍ୟ ହତ୍ୟାକାଣ୍ଡରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। ସେମାନେ ହେଲେ ଇବ୍ରାହିମ୍‌ ଜାଦବା, ରିଫାତ୍‌ ଆବାସ୍‌ ଓ ତାରେକ୍‌ ମାରୌଫ୍‌। ଗୁରୁବାର ପୂର୍ବାହ୍ନରେ ହମାସ୍‌ ଗୁଇନ୍ଦା ନିର୍ଦେଶାଳୟର ଉପମୁଖ୍ୟ ଶାଦି ବରୁଦ ମଧ୍ୟ ବିମାନ ଆକ୍ରମଣରେ ମୃତ୍ୟୁବରଣ କରିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button