ବିଧାନସଭାରେ ଉଠିଲା ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଜଳସମ୍ପଦ ବିଭାଗର ବିନା ଅନୁମୋଦନରେ ପ୍ରକଳ୍ପ ଚାଲିଛି। ଯାହାଫଳରେ ଏହାକୁ ନେଇ ଜାରି ରହିଛି ଆନ୍ଦୋଳନ। କିନ୍ତୁ ସେଠାରେ ପୋଲିସ ଲଗାଇ ଯେଉଁଭଳି ପ୍ରକଳ୍ପ ଚାଲିଛି ତାହା ତାଲିବାନ ଶାସନ ଭଳି।

ଅନ୍ୟପକ୍ଷରେ ଗୃହରେ ଏହାର ଜବାବ ରଖି ଆଳି ବିଧାୟକ ପ୍ରତାପ କେଶରୀ ଦେବ କହିଲେ ପ୍ରକଳ୍ପ ପାଇଁ ଜଳସମ୍ପଦ ବିଭାଗର ଅନୁମୋଦନ ରହିଛି। ପୋଲିସ କିଛି ଭୁଲ କରିନି। ପ୍ରକଳ୍ପ ସମ୍ପର୍କରେ ବିଭ୍ରାନ୍ତ କରି ଆନ୍ଦୋଳନ କରାଯାଉଥିବା ବେଳେ ଏବେ ଘରେ ଘରେ ପାଣି ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button