ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଉପରେ ସରକାର ସ୍ପଷ୍ଟୀକରଣ ରଖନ୍ତୁ : ବିଜେପି

ଭୁବନେଶ୍ଵର : ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ରତ୍ନଭଣ୍ଡାର ଲୁଟ ହେବା କଥା ସତ। କିନ୍ତୁ ଚାବି ଗଲା କୁଆଡ଼େ ? ଯେଉଁ ଡୁପ୍ଲିକେଟ୍ ଚାବି ମିିଳିଛି ତାହା ରତ୍ନଭଣ୍ଡାରର କି ନୁହେଁ ସରକାର ସ୍ପଷ୍ଟୀକରଣ ରଖିବାକୁ ସେ ଦାବି କରିଛନ୍ତି।

କେବଳ ସେତିକି ନୁହେଁ ବିଜେପି ଦାବି କରିଛି ବିଧାନସଭାରେ ଜଷ୍ଟିସ ରଘୁବୀର ଦାସ କମିଟିର ରିପୋର୍ଟ ଉପସ୍ଥାପନ ଓ ସୁପାରିସ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାକୁ ସାର୍ବଜନୀନ କରାଯାଉ। ଏଏସଆଇ ହାଇକୋର୍ଟରେ କହିଛନ୍ତି ରତ୍ନଭଣ୍ଡାର ଅସୁରକ୍ଷିତ ଅଛି। ତେଣୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇକୁ ସରକାର ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

Leave a Reply

Your email address will not be published. Required fields are marked *

Back to top button