ପେଟ୍ରୋଲ-ଡିଜେଲ ପୁଣି ମହଙ୍ଗା

ନୂଆାଦିଲ୍ଲୀ : ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ। ଆଜି ପେଟ୍ରୋଲ ମୂଲ୍ୟ ୩୫ ପଇସା ବଢିଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ହୋଇଛି। ଦେଶର ଦିଲ୍ଲୀରେ ଭାରତୀୟ ପେଟ୍ରୋଲ ଲିଟର ୧୦୫.୧୪ ଟଙ୍କା ଓ ଡିଜେଲ ୯୩.୮୭ ଟଙ୍କାରେ ବିକ୍ରି ହେଉଛି। ରାଞ୍ଚିରେ ଏହି ଦର ପ୍ରାୟ ସମାନ ରହିଛି।

ଖବର ଅନୁଯାୟୀ ଅକ୍ଟୋବର ମାସର ପ୍ରଥମ ଦିନରୁ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ୧୫ ଦିନ ମଧ୍ୟରେ ପେଟ୍ରୋଲ ୩.୫୦ ଟଙ୍କା ଓ ଡିଜେଲ ୪.୦୦ ଟଙ୍କା ବଢିଛି। ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଆଜି ପେଟ୍ରୋଲର ମୂଲ୍ୟ ୯୯.୬୦ ଟଙ୍କା ଓ ଡିଜେଲର ଲିଟର ୯୯.୦୭ ଟଙ୍କାରେ ପହଞ୍ଚିଛି। ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଶୁକ୍ରବାର ସକାଳ ୬ଟାରେ ପେଟ୍ରୋଲ-ଡିଜେଲର ସଂଶୋଧିତ ମୂଲ୍ୟ ଲାଗୁ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button