ଶଳାକୁ ପଥରରେ ଛେଚି ମାରିଦେଲା ଭିଣୋଇ

ମୋହନା : ଦାଦନ ଖଟିବାକୁ କେରଳ ଯାଇଥିବା ଶଳାକୁ ପଥରରେ ଛେଚି ହତ୍ୟା। କୋଲାମ ଜିଲ୍ଲାର କଟରାକେରା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି।

ଖବର ଅନୁଯାୟୀ ଗଜପତି ମୋହନା ଥାନା ବିଜିପୁର ଗାଁର ଅଭୟ ବୀର ଦୁଇମାସ ତଳେ କେରଳକୁ ଦାଦାନ ଖଟିବାକୁ ଯାଇଥିଲେ। ସେ ଭଉଣୀ ଓ ଭିଣୋଇଙ୍କ ପାଖରେ କୋଲାମ ଜିଲ୍ଲା କଟରାକେରାରେ ରହୁଥିଲେ। ଗତ ଶୁକ୍ରବାର ରାତିରେ କୌଣସି କାରଣକୁ ନେଇ ଅଭୟଙ୍କ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅଭୟ ଏଥିରେ ହସ୍ତକ୍ଷେପ କରିବା ସହ ଘରଛାଡ଼ି କୋଏମ୍ବାଟୁର ଯିବା ପାଇଁ ବାହାରିଥିଲେ। ହେଲେ ଭିଣୋଇ ମନୋଜ କୁମାର ନାୟକ ତାଙ୍କୁ ପିଛାକରି କଟରାକେରା ଥାନା ଚାନ୍ଦମୁଖୀ ନିକଟରେ ପଥରରେ ଛେଚି ମାରି ଦେଇଥିବା ଅଭିଯୋଗ ହୋଇଛି।

ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମନୋଜ କୁମାର ନାୟକଙ୍କୁ ଗିରଫ କରିଛି। ଅନ୍ୟପଟେ ଅଭୟଙ୍କ ପରିବାର ଲୋକେ ମୃତଦେହ ଗାଁକୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button