ନୀତି ବିଳମ୍ବ : ଉପାସରେ ମହାପ୍ରଭୁ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ମହାପ୍ରଭୁଙ୍କ ନୀତି ବିଳମ୍ବ। ରଥ ଉପରେ ତିନି ଠାକୁର। କିନ୍ତୁ ସକାଳରୁ ସନ୍ଧ୍ୟାଯାଏଁ ଉପାସ। ମଙ୍ଗଳ ଆଳତି, ଅବକାଶ ପରେ ନୀତି ଆଗକୁ ବଢ଼ିନାହିଁ। ହୋଇପାରିନି ଗୋପାଳବଲ୍ଲଭ ନୀତି। ସମନ୍ୱୟ ଅଭାବରୁ ଏପରି ହୋଇଥିବା ଅଭିଯୋଗ ଉଠିଛି।

ଖବର ଅନୁଯାୟୀ ବୁଧବାର ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ଼ ଶ୍ରୀବଳଭଦ୍ରଙ୍କର ଓ ବାଟରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ପୂଜା ସକାଳ ୮ଟା ୫ ସୁଦ୍ଧା ସରିଥିଲା। ଏହାପରେ ବଲ୍ଲଭ ଭୋଗ। ହେଲେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ବଲ୍ଲଭ ଭୋଗ ହେବ। ତେଣୁ ବଡ଼ଶଙ୍ଖ ଠାରେ ଅଟକିଥିବା ଦେବୀ ସୁଭଦ୍ରାଙ୍କ ରଥ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଶ୍ରୀଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଥିଲା। ଦେବୀ ସୁଭଦ୍ରାଙ୍କ ରଥ ୧୦.୨୫ରେ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ୧୦.୩୫ରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ଠାକୁରଙ୍କ ବଲ୍ଲଭ ଭୋଗ ନିମନ୍ତେ ଜେଟିପି ସେବକଙ୍କୁ ଆଣିବାକୁ ଯାଇଥିଲେ। ମାର୍କେଟ ଛକ ଓ ବଡ଼ଶଙ୍ଖ ଛକରେ ପୋଲିସ ନଛାଡିବା ଯୋଗୁ ସେହିଠାରୁ ଘରକୁ ଫେରିଥିଲେ ଜେଟିପି ଓ ସେବକ। ଯାହାଫଳରେ ବଲ୍ଲଭ ଭୋଗ ହୋଇନପାରିବାରୁ ଠାକୁର ରଥ ଉପରେ ଉପବାସ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button