ପ୍ରତି ପଞ୍ଚାୟତକୁ ଚଳାଚଳ କରିବ ମୋ’ ବସ୍‌

ଭୁବନେଶ୍ଵର : ‘ଲକ୍ଷ୍ମୀ’ ଯୋଜନାରେ ଗ୍ରାମାଞ୍ଚଳରେ ମିଳିବ ପରିବହନ ସୁବିଧା। ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ’ ବସ୍‌। ପ୍ରଥମ ପର୍ଯାୟରେ ରାଜ୍ୟର ୬ଟି ଜିଲ୍ଲା ଯଥା କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତିରେ ଏହି ସେବା ଉପଲବ୍ଧ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ’ ବସ୍‌ ଚାଲିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ରାଜ୍ୟର ଯୋଗାଯୋଗ ବ୍ୟବସ୍ଥା ନଥିବା ଅନେକ ଅଞ୍ଚଳ ରହିଛି। ତେଣୁ ସେହି ଅଞ୍ଚଳରେ ଲୋକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ଅଯଥାରେ ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏବେ ସେମାନଙ୍କ ଦୁଃଖ ଦୂର ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଗାଁକୁ ମୋ’ ବସ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button