ଛେଳି ବେପାରୀଙ୍କୁ ଗୁଳିକରି ୯ ଲକ୍ଷ ଲୁଟିନେଲେ

ଲେଫ୍ରିପଡ଼ା : ଛେଳି ବେପାରୀଙ୍କୁ ଗୁଳିକରି ହତ୍ୟା। ଆଜି ସକାଳେ ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଅଜ୍ଞାତ ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇ ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ଖବର ଅନୁଯାୟୀ ଗୁରୁବାର ସକାଳେ ୩ ଜଣ ବ୍ୟକ୍ତି ବାଇକ୍ ଯୋଗେ ଛେଳି କିଣିବାକୁ ହାଣ୍ଡିପାନି ଯାଉଥିଲେ। ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଅଜ୍ଞାତ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ଧକ୍କା ଦେବାରୁ ଛେଳି ବେପାରୀଙ୍କ ଗାଡିଟି ପଡ଼ି ଯାଇଥିଲା। ଲୁଟେରା ବୋଲି ଜାଣି ବେପାରୀ ପ୍ରଭାତ ନାଏକ ଦୌଡିବାରୁ ଜଣେ ଦୂର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଟଙ୍କାମୁଣି ନେଇ ଫେରାର ହୋଇଯାଇଥିଲେ ଦୂର୍ବୃତ୍ତ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛେଳି ବେପାରୀ ପ୍ରଭାତଙ୍କ ଘର ଝାରସୁଗୁଡା ଜିଲ୍ଲା ତାଲମୁଣ୍ଡା। ସେ ଶରଧାପାଲି ନିକଟ ଗୁଲଠାରେ ରହି ବେପାର କରୁଥିଲେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button