ସୀମା ଆରପଟେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ପଛେଇବନି : ରାଜନାଥ

ଜମ୍ମୁ : ଦେଶର ସୁରକ୍ଷା ପାଇଁ ସୀମା ଆରପଟେ ଭାରତ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛେଇବନାହିଁ। ଏହା କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।

ଖବର ଅନୁଯାୟୀ ଜମ୍ମୁ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନାଥ ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାରଷ୍ଟ୍ରାଇକର ଉଦାହରଣ ଦେଇ କହିଲେ ମୋଦୀ ସରକାର ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କିନ୍ତୁ ପୁଲୱାମା ଓ ଉରି ଆକ୍ରମଣ ଦୁର୍ଭାଗ୍ୟଜନକ ଘଟଣା ଥିଲା। ସର୍ଜିକାଲ ଷ୍ଟ୍ରାଇକ୍ ସଂପର୍କରେ ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ମାତ୍ର ୧୦ ମିନିଟ ନେଇଥିଲେ। ଯାହାକି ତାଙ୍କର ଦୃଢ ଇଚ୍ଛାଶକ୍ତିକୁ ଦର୍ଶାଏ ବୋଲି ସେ କହିଛନ୍ତି।

ଆତଙ୍କବାଦ ଦେଶର ହଜାର ହଜାର ନିରୀହ ଲୋକଙ୍କ ଜୀବନ ନେଇଛି। ଦୁର୍ଭାଗ୍ୟବଶତଃ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଶକ୍ତିକୁ ଉଚିତ ଜବାବ ଦେବାରେ ବିଳମ୍ବ ହୋଇଥିଲା। କେବଳ ବିଳମ୍ବ ନୁହେଁ, ୟୁପିଏ ସରକାର ଯେତିକି ପ୍ରଭାବଶାଳୀ ପଦକ୍ଷେପ ନେବା କଥା ତାହା କରିପାରିନଥିଲେ। ଏପରିକି ଆମେ ଥରେ ପାକିସ୍ତାନକୁ ଆତଙ୍କବାଦ ପ୍ରଭାବିତ ଦେଶ ଭାବରେ ବିଚାର କରିବାର ଭୁଲ କରିଥିଲୁ। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଭାରତ ଆଉ ପୂର୍ବପରି ନାହିଁ। ଭାରତ ବଦଳିଯାଇଛି ଓ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଉ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button