ସାଢ଼େ ୪ ଘଣ୍ଟା ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର : ହାୱଡା ଅଭିମୁଖେ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ପ୍ରାୟ ସାଢ଼େ ୪ ଘଣ୍ଟା ଅଟକିଛି। ଦୁର୍ଘଟଣାର ସାମ୍ନା କରିବାର ପରେ ଏଇ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଏକ ଡିଜେଲ ଇଞ୍ଜିନ ମାଧ୍ୟମରେ ଏହି ଟ୍ରେନଟି ହାୱଡା ଅଭିମୁଖେ ଯାତ୍ରା କରିଛି।

ଖବର ଅନୁଯାୟୀ ଘଣ୍ଟା ପିଛା ସର୍ବାଧିକ ୧୮୦ କିଲୋମିଟର ବେଗରେ ଗତି କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ରବିବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ସାଢ଼େ ୪ଟାରେ ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ ଓ ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ ଷ୍ଟେସନ ମଝିରେ ଅଟକି ଯାଇଥିଲା। ହଠାତ ଝଡବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇବାରୁ ଟ୍ରେନ ଲାଇନର ତାର ଛିଡି ଯାଇଥିଲା। ଗାଡ଼ିର ଆଗ କାଚ ଫାଟିବା ସହିତ ଅନ୍ୟାନ୍ୟ କ୍ଷତି ମଧ୍ୟ ହୋଇଥିଲା। ଏଭଳି ପରିସ୍ଥିତିରେ ଶହ ଶହ ଯାତ୍ରୀ ଗାଡିରୁ ଓହ୍ଲାଇ ରେଳଧାରଣ ଉପରେ ବୁଲୁଥିଲେ। ଏଥିଯୋଗୁଁ ଡାଉନ ଲାଇନରେ ଦୀର୍ଘ ୩ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା। ସୂଚନା ପାଇଁ ରେଳ ବିଭାଗର ଯାନ୍ତ୍ରିକ ଟିମ ସେଠାରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଥିଲେ। ଯାହାବି ହେଉ ଟ୍ରେନ୍‌ଟି ହାୱଡା ଯାତ୍ରା କରିଛି।

Leave a Reply

Your email address will not be published. Required fields are marked *

Back to top button