୩ ଲୁଟେରା ଗିରଫ

ଆଠଗଡ଼ : ଗତକାଲି ଆଠଗଡ଼ ଅଞ୍ଚଳ ଏଟିଏମ ଗାଡି ସହ ଟଙ୍କା ଲୁଟ ଘଟଣାରେ ୩ଜଣ ଲୁଟେରା ଗିରଫ। ଏଥିସହ ୪ଟି ବନ୍ଧୁକ ( ଗୋଟେ ଖେଳନା ବନ୍ଧୁକ), ୨ଟି, ଗୋଟିଏ କଟୁରୀ ଓ କୋଟିଏ ୫ଲକ୍ଷ ଟଙ୍କା ଜବତ ହୋଇଛି।

କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆଠଗଡ ଓ ଢେଙ୍କାନାଳ ସଦର ପୋଲିସ ୩ଜଣ ଲୁଟେରାଙ୍କୁ ଗିରଫ କରି ମାରଣାସ୍ତ୍ର ଓ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛନ୍ତି। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ୧୫ରୁ ଉର୍ଦ୍ଧ୍ୱ ମାମଲା ରହିଛି। ସେ କହିଛନ୍ତି ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ। ଲୁଟେରା ବ୍ୟବହୃତ କରିଥିବା କାରକୁ ଜବତ ହୋଇଥିବା ବେଳେ ଏହି କାରଟି ସେପ୍ଟେମ୍ବର ୨୪ ତାରିଖରେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବାଳି ଠାରୁ ଲୁଟ ହୋଇଥିଲା। ଢେଙ୍କାନାଳରୁ ଭୁବନେଶ୍ୱରରୁ ଭଡା ସୁତ୍ରରେ ୨ଜଣ ଗାଡି ନେଇ ଯାଉଥିଲେ। ବାଳି ନିକଟରେ ଡ୍ରାଇଭରକୁ ଭୁଜାଲି ଦେଖାଇ ଲୁଟ ହୋଇଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କାର ଲୁଟ୍ ମାମଲାରେ ସଂପୃକ୍ତି ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button