୧୯ରେ ଇଣ୍ଡିଆ ମେଣ୍ଟର ବୈଠକ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ବୈଠକ ଚଳିତ ମାସ ୧୯ ତାରିଖରେ ବସିବ। ଦିଲ୍ଲୀରେ ହେବାକୁ ଏହି ବୈଠକରେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ନେତାମାନଙ୍କ ସମୟକୁ ଦେଖି ବୈଠକ ଆୟୋଜନ କରାଯିବ ବୋଲି କୁହାଯାଉଛି।

ଖବର ଅନୁଯାୟୀ ଦିଲ୍ଲୀ ବୈଠକରେ ସିଟ ବଣ୍ଟନ ନେଇ ଆଲୋଚନା କରାଯିବ। କେଉଁ ରାଜ୍ୟରେ କେଉଁ ଦଳ କେତୋଟି ଆସନରେ ପ୍ରାର୍ଥୀ ଦେବେ ତାହାର ନିଷ୍ପତ୍ତି ହୋଇପାରେ। ନିକଟରେ ଶେଷ ହୋଇଥିବା ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ପରାସ୍ତ ହୋଇଛି। ତେଣୁ ଅନ୍ୟ ଦଳଗୁଡ଼ିକ ସହ କଂଗ୍ରେସକୁ ବୁଝାମଣା କରିବାକୁ ପଡ଼ିପାରେ। କାରଣ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଏକାକୀ ବିଧାନସଭା ନିର୍ବାଚନ ଲଢ଼ି ହାରିଛି। ତେଣୁ ଅନ୍ୟ ଦଳଗୁଡ଼ିକ କିଛି ଲୋକସଭା ଆସନରେ ବୁଝାମଣା କରିବାକୁ କଂଗ୍ରେସକୁ କହିପାରନ୍ତି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସପା ଓ କଂଗ୍ରେସ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ବିବାଦର ସମାଧାନ ହୋଇଥିବାରୁ ଇଣ୍ଡିଆ ବୈଠକରେ ସପା ମୁଖ୍ୟ ଅଖିଲେଶ ଯାଦବ ଯୋଗ ଦେଇପାରନ୍ତି। ଡିସେମ୍ବର ୬ରେ ଇଣ୍ଡିଆ ମେଣ୍ଟର ବୈଠକ ହେବାର ଥିଲା। ହେଲେ ଅଖିଲେଶ, ନୀତୀଶ କୁମାର ଓ ମମତା ବାନାର୍ଜୀଙ୍କ ଭଳି ବରିଷ୍ଠ ନେତାମାନେ ସାମିଲ ହୋଇପାରିବେନି ବୋଲି ସୂଚନା ମିଳିବାରୁ ବୈଠକ ବାତିଲ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button