ଫ୍ରାନ୍ସ ଠାରୁ ଭାରତ କିଣିବ ୨୬ ରାଫେଲ ଓ ୩ ବୁଡ଼ା ଯାହାଜ

ନୂଆଦିଲ୍ଲୀ : ଭାରତ ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଓ ୩ ସ୍କୋରପେନି ବର୍ଗର ବୁଡ଼ା ଯାହାଜ କିଣିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ବେଳେ ସୁରକ୍ଷା ବିଭାଗ ପକ୍ଷରୁ ଦିଆଯିବ ଏହି ପ୍ରସ୍ତାବ।

ଖବର ଅନୁଯାୟୀ ଏବେ ଯୁଦ୍ଧ ବିମାନ ବାହି କ୍ଷମତା ରଖିଥିବା ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଓ ବିକ୍ରାନ୍ତରେ ମିଗ୍‌-୨୯ ଚଳାଚଳ କରିପାରୁଛି। ଏହି ଯୁଦ୍ଧ ଯାହାଜ ଉପରେ ରାଫେଲ ମୁତୟନ କରିବା ଆବଶ୍ୟକ ହୋଇପଡ଼ିଛି। ସେହିପରି ସୁରକ୍ଷା ଦୃଷ୍ଟି କୋଣରୁ ସ୍କୋରପେନି ବର୍ଗର ବୁଡ଼ା ଯାହାଜ ଆବଶ୍ୟକ। ସେଥିପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ଡିଲ୍ ହେବାକୁ ଯାଉଛି।

ପୂର୍ବପରି ଉଭୟପକ୍ଷ ସୁବିଧାରେ ଉପଲବ୍ଧ କରିବାକୁ ଆଲୋଚନା କରିବେ। ଏହି ପ୍ରସ୍ତାବ ନେଇ ସୁରକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ସରିଥିବା ବେଳେ ଖୁବ୍‌ଶୀଘ୍ର ସୁରକ୍ଷା କାଉନସିଲ୍‌ରେ ଉପସ୍ଥାପିତ ହେବ। ଏହା ମଞ୍ଜୁରୀ ପାଇବା ପରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତ ବେଳେ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button