ତାଲିବାନର ଡ୍ରଗ୍ସ ଚୋରା ଚାଲାଣ : ଗୁଜୁରାଟରେ ୨୧ ହଜାର କୋଟିର ହେରୋଇନ ଜବତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିବା ତାଲିବାନ ପୁଣି ଡ୍ରଗ୍ସ ବ୍ୟବସାୟ ଆରମ୍ଭ କରିଦେଲାଣି। ଗତ ସପ୍ତାହରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ ଧରାପଡ଼ିବା ପରେ ଏହି ସଂଦେହ ଦୃଢ ହେବାରେ ଲାଗିଛି।

ଖବର ଅନୁଯାୟୀ ପୂର୍ବର ଅସରଫ ଗନି ସରକାର ଆଫଗାନିସ୍ତାନରେ ଡ୍ରଗ୍ସ ଚୋରାଚାଲାଣ ଉପରେ ନିଷେଧାଜ୍ଞା ଲଗାଯାଇଥିଲା। କିନ୍ତୁ ତାଲିବାନର ଡ୍ରଗ୍ସ ଚୋରା କାରବାର ମୁଖ୍ୟ ଆୟ ହୋଇଥିବାରୁ ଏହାକୁ ପୁଣି ଆରମ୍ଭ କରିଦେଇଛି। ଗତ ସପ୍ତାହରେ ଭାରତର ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ମୁନ୍ଦ୍ରା ବନ୍ଦରରୁ ଦୁଇଟି କଣ୍ଟେନରରେ ଏସବୁ ହେରୋଇନକୁ ଚିହ୍ନଟ କରାଯାଇଥିଲା। ଏସବୁ ନିଶାଦ୍ରବ୍ୟ ଆଫଗାନିସ୍ତାନର କାନ୍ଦାହାରରୁ ପାକିସ୍ତାନ ଦେଇ ଆସିଥିବା ଜଣାପଡ଼ିଛି।

ଭାରତର କେନ୍ଦ୍ରୀୟ ପରୀକ୍ଷାଗାରରେ କରାଯାଇଥିବା ନମୁନା ପରୀକ୍ଷଣରୁ ଜଣାପଡ଼ିଛି ଏହି ହେରୋଇନ ଅତି ଉଚ୍ଚ ମାନର। କାନ୍ଦାହାର ତାଲିବାନର ଗଡ଼ ହୋଇଥିବାରୁ ଏତେ ବଡ଼ ପରିମାଣର ହେରୋଇନ ତାଲିବାନ ପଠାଇଥାଇପାରେ ବୋଲି ସଂଦେହ କରାଯାଉଛି। ଏହି କାରବାରରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସଂପୃକ୍ତ ଥିବା କୁହାଯାଉଥିବା ବେଳେ ଦିଲ୍ଲୀରେ ଥିବା କିଛି ଆଫଗାନ ନାଗରିକଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button