ଶନିବାର ଜେଲ୍ରୁ ମୁକୁଳିବେ ସିଦ୍ଧୁ
ଅମୃତସର : ଦୀର୍ଘ ଏକବର୍ଷ ପରେ ଆସନ୍ତାକାଲି (ଶନିବାର) କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଜେଲ୍ରୁ ମୁକୁଳିବେ। ସେ ନିଜ ଟ୍ଵିଟର ହ୍ୟାଣ୍ଡଲରେ ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ପଞ୍ଜାବ କଂଗ୍ରେସ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅମୃତସର ଜେଲ୍ ସାମ୍ନାରେ ବଡ଼ ଧରଣର ସାଜସଜା ହୋଇଥିବା ବେଳେ ଆସନ୍ତାକାଲି ଏକ ବିରାଟ୍ ଶୋଭାଯାତ୍ରାରେ ସିଦ୍ଧୁ ଅମୃତସରରୁ ପଟିଆଲା ଯିବେ।
ପୂର୍ବତନ କଂଗ୍ରେସ ବିଧାୟକ ସୁନିଲ୍ ଦତ୍ତ କହିଛନ୍ତି ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସିଦ୍ଧୁଙ୍କୁ ସ୍ଵାଗତ କରିବାକୁ ପଟିଆଲାରେ ପହଞ୍ଚିଛନ୍ତି। ଶୋଭାଯାତ୍ରା ପାଇଁ ୧୦୦ରୁ ଅଧିକ ଗାଡ଼ିର ବ୍ୟବସ୍ଥା ହୋଇଛି। କେବଳ କଂଗ୍ରେସ କର୍ମୀ ନୁହଁନ୍ତି ସାଧାରଣ ଲୋକଙ୍କ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ସିଦ୍ଧୁଙ୍କୁ ଅପେକ୍ଷା କରିଛନ୍ତି।




























