ଚିତ୍ତରଂଜନ ତ୍ରିପାଠୀ ଏନଏସଡି ନିର୍ଦ୍ଦେଶକ

ଭୁବନେଶ୍ଵର : ଦିଲ୍ଲୀ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା (ଏନଏସଡି)ର ନିର୍ଦ୍ଦେଶକ ହେଲେ ଓଡିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ।

ଖବର ଅନୁଯାୟୀ ଚିତ୍ତରଞ୍ଜନ ତ୍ରିପାଠୀ କେବଳ ଜଣେ ଅଭିନେତା ନୁହଁନ୍ତି। ସେ କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗାୟକ, ସଂଗୀତକାର, ନିର୍ଦ୍ଦେଶକ ଓ ପ୍ରଯୋଜକ। ଓଡ଼ିଆ ଚଳଚ୍ଚିତ୍ର ‘ଧଉଳି ଏକ୍ସପ୍ରେସ’ ଓ ‘ମୁଖ୍ୟମନ୍ତ୍ରୀ’ର ମଧ୍ୟ ସେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରିଥିଲେ। ‘ଧଉଳି ଏକ୍ସପ୍ରେସ’ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାଛଡ଼ା ସେ କେତେକ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ ଓ ୱେବ ସିରିଜରେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲେ।

ଶ୍ରୀ ତ୍ରିପାଠୀ ୧୯୯୬ ମସିହାରେ ଏନ୍‌ଏସ୍‌ଡିରୁ ପାସ୍‌ କରିଥିଲେ। ସେ ନେଟଫ୍ଲିକ୍ସରେ ପ୍ରସାରିତ ‘ସାକ୍ରେଡ୍ ଗେମ୍ସ’ରେ ତ୍ରିଦେବୀ ଚରିତ୍ରରେ ଚମତ୍କାର ଅଭିୟନ କରିଥିଲେ। ସେ ବିଭିନ୍ନ ରାଜ୍ୟରେ ନିଜର ନାଟ୍ୟ ପ୍ରଶିକ୍ଷଣ ଓ ନାଟ୍ୟ କର୍ମଶାଳା ପାଇଁ ଲୋକ ପ୍ରିୟ ହୋଇଥିଲେ। ନ୍ୟାସନାଲ୍ ସ୍କୁଲ୍‌ ଅଫ୍‌ ଡ୍ରାମା ବିଶ୍ୱର ଏକ ପ୍ରମୁଖ ଥିଏଟର ତାଲିମ ପ୍ରତିଷ୍ଠାନ ଭାବେ ଜଣାଶୁଣା। ସଂଗୀତ ନାଟକ ଏକାଡେମୀ ଦ୍ୱାରା ଏହି ପ୍ରତିଷ୍ଠାନ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିଲା। ୧୯୭୫ ମସିହାରେ ଏହା ଏକ ସ୍ୱୟଂଶାସିତ ସଂସ୍ଥା ଭାବରେ ପରିଣତ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button