ଲୋକଙ୍କ ଦ୍ୱନ୍ଦ୍ଵ ଦୂର ପାଇଁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ : ସମୀର ମହାନ୍ତି

ଭୁବନେଶ୍ଵର : ରତ୍ନଭଣ୍ଡାର ଖୋଲିବା ଦାବିରେ ବିଜେପି ଗଜପତି ମହାରାଜଙ୍କୁ ଭେଟିବ। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି ଅଗଷ୍ଟ ୪ ତାରିଖରେ ରିଜଲ୍ୟୁସନ କରି ରତ୍ନ ଭଣ୍ଡାର ଖୋଲିବା ଲାଗି କମିଟି ଗଠନ କରାଯିବ ବୋଲି ସରକାର ଓ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି କମିଟି ଗଠନ ହୋଇନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ବିଜେପିର ଦାବି ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜି.ବି. ପଟ୍ଟନାୟକ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ। ଲୋକଙ୍କ ଦ୍ୱନ୍ଦ୍ଵ ଦୂର କରିବାକୁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବା ବିଜେପି ଚହେଁ। ସେ କହିଛନ୍ତି ୪୫ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇନି। ଗଜପତି ମଧ୍ୟ ବିଭିନ୍ନ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ କହୁଛନ୍ତି। ତେଣୁ ବିଜେପି ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିବ।

Leave a Reply

Your email address will not be published. Required fields are marked *

Back to top button