ନୂଆପଡା : ମାଓବାଦୀ ଉଡାଇଦେଲେ ଫରେଷ୍ଟ ବିଟ୍ ହାଉସ

ନୂଆପଡା : ପୋଲିସ ପକ୍ଷରୁ ଚାଲିଥିବା ମାଓ ଦମନ ଅଭିଯାନକୁ ବିରୋଧ କରି ଲାଲବାହିନୀ ଲଙ୍କାକାଣ୍ଡ ଘଟାଇଛି। ସେମାନେ ଲ୍ୟାଣ୍ଡମାଇନ୍ସ ଲଗାଇ ଗୋଲବନ୍ଧ ଫରେଷ୍ଟ ବିଟ୍ ହାଉସକୁ ଉଡାଇ ଦେଇଥିବା ବେଳେ ଜେସିବି ପୋଡି ଦେଇଛନ୍ତି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୫୦ରୁ ଅଧିକ ମାଓବାଦୀ ନୂଆପଡାର ଅଭୟାରଣ୍ୟ ଭିତରେ ଥିବା ଗୋଲବନ୍ଧ ଗାଁରେ ପଶିଥିଲେ। ସେଠାରେ ଭଙ୍ଗାରୁଜା କରିବା ସହିତ ଜେସିବି ପୋଡିଦେଇଥିଲେ। ଏହାପରେ ଗୋଲବନ୍ଧ ଫରେଷ୍ଟ ବିଟ୍ ହାଉସକୁ ଲ୍ୟାଣ୍ଡମାଇନ୍ସ ଲଗାଇ ଉଡାଇ ଦେଇଥିବା ଜଣାପଡିଛି।

କେବଳ ସେତିକି ନୁହେଁ ମାଓବାଦୀମାନେ ଗାଁରେ ପୋଷ୍ଟର ଲଗାଇଛନ୍ତି। ଅଗଷ୍ଟ ୨୫ ଅର୍ଥାତ ଆଜି ଗରିଆବନ୍ଧ, ଧମତରୀ, ନୂଆପଡା, ନବରଙ୍ଗପୁର ଓ ଛତିଶଗଡର କାଙ୍କେର ଜିଲ୍ଲାରେ ବିରୋଧୀ ଦିବସ ପାଳନ କରିବା ପାଇଁ ଏଥିରେ ଆହ୍ୱାନ ଦିଆଯାଇଛି। ଲାଲବାହିନୀର ଭାକପା ନୂଆପଡା ମୈନପୁର ଡିଭିଜନ କମିଟି ପକ୍ଷରୁ ଏଭଳି କାଣ୍ଡ କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *

Back to top button