ବାସନ ମାଜିବାବେଳେ ମହିଳାଙ୍କୁ କୁମ୍ଭୀର ଟାଣିନେଲା

ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀର ଶାଖା ଚରଡ଼ିଆ ନାଳରେ ବାସନମାଜୁଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଗଲା। ଏହି ଘଟଣା ରାଜନଗର ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁ’ରେ ଘଟିଛି।

ଖବର ଅନୁଯାୟୀ ହାତିଆଗଡ଼ି ଗାଁର ବୈଲୋଚନ ଦାସ ଦାଦନ ଖଟିବାକୁ ରାଜ୍ୟ ବାହାକୁ ଯାଇଛନ୍ତି। ଘରେ ପତ୍ନୀ ସୀତା ଓ ନବମ ଶ୍ରେଣରେ ପଢ଼ୁଥିବା ପୁଅ। ଆଜି ପୁଅ ସ୍କୁଲ ଯାଇଥିବାରୁ ଘରେ ଏକାକୀ ଥିଲେ ସୀତା। ମଧ୍ୟାହ୍ନରେ ଖାଇସାରିବା ପରେ ସେ ଘରପାଖ ବ୍ରାହ୍ମଣୀର ଶାଖା ଚରଡ଼ିଆ ନାଳରେ ବାସନ ମାଜୁଥିଲେ ସୀତା। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା।

ସୀତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଧାଇଁ ଆସିଥିଲେ ହେଁ କୁମ୍ପୀର ତାଙ୍କୁ ବହୁ ଦୂରକୁ ନେଇଯାଇଥିଲା। ନାଳଟି ଦଳରେ ଭର୍ତ୍ତି ହୋଇଥିବାରୁ ଗାଁ ଲୋକେ ପଶିବାକୁ ସାହସ କରିପାରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଗାଁ ଲୋକଙ୍କ ସହାୟତାରେ ନାଳରେ ଖୋଜୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button