ଭଡ଼ା ନଦେବାରୁ ଯାତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ

ମୁମ୍ବାଇ : ବିଚିତ୍ର ମାନସିକତା। ଅଟୋ ଭଡ଼ା ନଦେଇ ପାରିବାରୁ ପୁରୁଷ ଯାତ୍ରୀଙ୍କ ସହିତ ଜୋରଜବରଦସ୍ତି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲା ଅଟୋ ଚାଳକ। ଏପରି ଲଜ୍ଜାଜନକ ଘଟଣା ମୁମ୍ବାଇରେ ଘଟିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଖବର ଅନୁଯାୟୀ ଶନିବାର ସନ୍ଧ୍ୟାରେ ୩୧ ବର୍ଷ ବୟସ୍କ ନିଶାସକ୍ତ ବ୍ୟକ୍ତି ଅଭିଯୁକ୍ତଙ୍କ ଅଟୋରେ ବସିଥିଲେ। ନିଶାରେ ବ୍ୟକ୍ତି ନିଜ ପ୍ରକୃତ ଠିକଣା କହି ନ ପାରି ଅଟୋ ଚାଳକଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ କହିଥିଲେ। ଦୀର୍ଘ ସମୟ ଅଟୋରେ ବସିବା ପରେ ସେ ଭଡ଼ା ନଦେଇ ଓହ୍ଲାଇ ପଡ଼ିବାରୁ ଅଟୋ ଚାଳକଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଭଡ଼ା ବାବଦକୁ ୨୫୦ ଟଙ୍କା ଅଟୋ ଚାଳକ ଦାବି କରୁଥିବା ବେଳେ ବ୍ୟକ୍ତିଜଣକ ଶହେ ଟଙ୍କା ଦେବାରୁ ଅଟୋ ଚାଳକଜଣକ ଜୋରଜବରଦସ୍ତ ତାଙ୍କୁ ଅଟୋରେ ବସାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ ମୋବାଇଲ ଓ ଏଟିଏମ୍‌ କାର୍ଡ ଛଡ଼ାଇ ନେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ଗତ ରବିବାର ଥାନାରେ ଅଭିଯୋଗ କରିବାରୁ ପୋଲିସ ଅଭିଯୁକ୍ତ ଅଟୋ ଚାଳକଙ୍କୁ ଗିରଫ କରିଛି। ମୋବାଇଲ ଓ ଏଟିଏମ୍‌ କାର୍ଡ ଜବତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button