ବିଜେଡି ବିଧାୟକଙ୍କୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ

ଭାବନୀପାଟଣା : କଳାହାଣ୍ଡି ଜିଲ୍ଲାର ୩ ବିଜେଡି ବିଧାୟକଙ୍କୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ କରିଛନ୍ତି। ସେମାନେ ନର୍ଲାରେ ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନ୍ୟଯାୟୀ ମଙ୍ଗଳବାର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର, ଭୂପିନ୍ଦର ସିଂ ଓ ପ୍ରଦୀପ ଦିଶାରୀ ନର୍ଲାର ଏକ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରେ କଂଗ୍ରେସ କର୍ମୀମାନେ ଗାଡି ଅଟକାଇ ଅଣ୍ଡାମାଡ କରିବା ସହିତ କଳାପତାକା ଦେଖାଇ ବିରୋଧ କରିଥିବା ସୂଚନା ମିଳିଛି। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ନର୍ଲା ଠାରେ ପାଳନ ହୋଇଛି ୨୬ତମ ଜିଲ୍ଲାସ୍ତରୀୟ ଗୁରୁଦିବସ। ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ ମୁଖ୍ୟ ଅତିଥି, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଶିଷ୍ଟ ଅତିଥି, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳ ସଚୀବ ଡଃ ନୃପରାଜ ସାହୁ ମୁଖ୍ୟ ବକ୍ତା ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ସମ୍ମାନିତ ଅତିଥି ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, କଳାହାଣ୍ଡି ଡିଇଓ ସୁଶାନ୍ତ କୁମାର ଚୋପଦାର ଓ ନର୍ଲା ବିଇଓ ତପିମଣି ଜାନି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button