ନିମାପଡ଼ା ଓଏସଡବ୍ଲୁସି ଗୋଡାଉନ ଅଧିକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ନିମାପଡା : ନିମାପଡ଼ା ଓଏସଡବ୍ଲୁସି ଗୋଡାଉନ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି ଭିଜିଲାନ୍ସ ଜାଲରେ ଫସିଛନ୍ତି। ନିମାପଡାରେ ବସ ପାଇଁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିବା ସହିତ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ କରିଛି।

ଖବର ଅନୁଯାୟୀ ଧରାପଡିବା ପରେ ଦେବୀପ୍ରସାଦଙ୍କ ୩ଟି ସ୍ଥାନରେ ଚଢାଉ ଭିଜିଲାନ୍ସ ଚଢାଉ କରିଛି। ଏହି ସମୟରେ ତାଙ୍କ ନିକଟରୁ ଆଉ ୫୯ ହଜାର ୬୧୦ ଟଙ୍କା ଓ ଭୁବନେଶ୍ଵର ୟୁନିଟ-୮ସ୍ଥିତ ସରକାରୀ ବାସଭବନରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ଏ ସବୁକୁ ମିଶାଇ ମୋଟ୍ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button