କୋଟିଆ ପ୍ରସଙ୍ଗ : ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ଵର : ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ସୀମା ବିବାଦ। ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ କୋଟିଆ ଗ୍ରାମପୁଞ୍ଜ ୨୧ ଗାଁରେ ଆନ୍ଧ୍ର ହସ୍ତକ୍ଷେପ କରୁଛି। ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଥିବା ବେଳେ ବିଭିନ୍ନ ସହାୟତା ଦିଆଯାଉଛି। ହେଲେ ଆମ ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜ କୁଆଡେ ଗଲା ଓ ଅନ୍ୟ ରାଜ୍ୟ ସହିତ ଓଡ଼ିଶାର ରହିଥିବା ସୀମା ବିବାଦ ସମ୍ପର୍କରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ଏହାର ଜବାବରେ ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ କୋଟିଆ ପ୍ରସଙ୍ଗରେ ବିରୋଧୀ ଗୃହରେ ଡ୍ରାମା କରୁଛନ୍ତି। ତାଙ୍କର ୩ ଜଣ କେନ୍ଦ୍ରମନ୍ତ୍ରୀ ଓ ୮ ଜଣ ସାଂସଦ ଅଛନ୍ତି । କିନ୍ତୁ କେହି କିଛି କହୁ ନାହାନ୍ତି। ଏକଥା ସେମାନେ କେତେ ଥର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ସୀମା ବିବାଦ ସମାଧାନ ଦାୟିତ୍ୱ କେନ୍ଦ୍ର ସରକାରଙ୍କର ବୋଲି ଅରୁଣ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button