କର୍ଣ୍ଣାଟକ : ବିଜେପିର ୧୮୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ପ୍ରଥମ ପର୍ଯ୍ୟାୟରେ ୧୮୯ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛି।

ମଙ୍ଗଳବାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କରିଥିବା ୧୮୯ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ନାମ ରହିଛି ସେ ତାଙ୍କ ପାରମ୍ପରିକ ଆସନ ଶିଗାଓଁରୁ ନିର୍ବାଚନ ଲଢ଼ିବେ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ତାଙ୍କ ପିତାଙ୍କ ନିର୍ବାଚନ ମଣ୍ଡଳୀରୁ ଶିକାରୀପୁରା ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ଚିକମାଗାଲୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି।

ପ୍ରାର୍ଥୀ ଘୋଷଣା ପୂର୍ବରୁ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ବିଜେପିର ଶୀର୍ଷ ନେତାମାନଙ୍କର ଅନେକ ପର୍ଯ୍ୟାୟ ବୈଠକ ବସିଥିଲା। ଏଥିରେ ପ୍ରାର୍ଥୀଙ୍କ ନାମ ଉପରେ ଲାଗିଥିଲା ମୋହର। ଏଥର ୫୨ ଜଣ ନୂଆ ଚେହେରାଙ୍କୁ ବିଜେପି ପ୍ରାର୍ଥୀ କରିଛି। ୧୮୯ ଜଣ ମଧ୍ୟରେ ରହିଛନ୍ତି ଓବିସିରୁ ୩୨ ଜଣ, ଅନୁସୂଚିତ ଜାତିରୁ ୩୦ ଜଣ ଓ ଅନୁସୂଚିତ ଜନଜାତିରୁ ୧୬ ଜଣ।

ସେହିପରି ପ୍ରକାଶିତ ତାଲିକାରେ ୮ ଜଣ ମହିଳା ସ୍ଥାନ ପାଇଛନ୍ତି। ୫ ଜଣ ଓକିଲ, ୯ ଜଣ ଡାକ୍ତର, ୩ ଜଣ ଶିକ୍ଷାବିତ୍, ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଓ ଜଣେ ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ନାମ ରହିଛି। ଏହାଛଡା ସରକାରୀ ଚାକିରିରୁ ଅବସର ନେଇଥିବା ୩ କର୍ମଚାରୀ ଓ ୮ ଜଣ ସମାଜସେବୀଙ୍କୁ ସ୍ଥାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button