କୋଟିଆକୁ ନେଇ ରାଜନୀତି : ମତ ରଖିଲେ ତିନିଦଳର ନେତା

ଭୁବନେଶ୍ଵର : କୋଟିଆକୁ ନେଇ ରାଜନୀତି ତେଜିବାରେ ଲାଗିଛି। ମୁହଁ।ମୁହିଁ ସ୍ତରକୁ ଆସିଛନ୍ତି ତିନିଦଳର ନେତା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ସମ୍ପୂର୍ଣ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କହଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ତାଙ୍କ କହିବା ଅନୁଯାୟୀ ଗସ୍ତରେ କୌଣସି ଆନ୍ତରିକତା ନଥିଲା। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କୋରାପୁଟରୁ ଅନ୍ୟତ୍ର ନେବା ପାଇଁ ସେ ଆସିଥିଲେ। କୋଟିଆ ଗସ୍ତ ପୂର୍ବରୁ ଧର୍ମେନ୍ଦ୍ର ଦିନେ ମଧ୍ୟ କୋଟିଆ ସପକ୍ଷରେ ମୁହଁ ଖୋଲିନାହାନ୍ତି। ଯଦି ଆନ୍ତରିକତା ଥାନ୍ତା ତେବେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କେନ୍ଦ୍ର ହସ୍ତକ୍ଷେପ କରିବା ସହିତ ଦୁଇ ରାଜ୍ୟ ଭିତରେ ଥିବା ସୀମା ବିବାଦ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତେ। କିନ୍ତୁ ସେ ସେମିତି କରିନାହାନ୍ତି। ହେଲେ ମୁଖ୍ୟମନ୍ତ୍ରୀ କୋଟିଆ ବିକାଶ ପାଇଁ ସବୁ ପ୍ରକାର ବାଟ ଖୋଲି ଦେଇଥିବା ବେଳେ ୧୬୦ କୋଟି ଟଙ୍କାର ପ୍ୟାକେଜ ଦେଇଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଧର୍ମେନ୍ଦ୍ର ବାବୁ କେନ୍ଦ୍ରମନ୍ତ୍ରୀ ହିସାବରେ ନୁହେଁ ରାଜନୀତି କରିବାକୁ କୋଟିଆ ଯାଇଥିଲେ। ମୁଁ ତାଙ୍କୁ ଅନୁରୋଧ କରିବି ସେ କେନ୍ଦ୍ରମନ୍ତ୍ରୀ ହିସାବରେ ହସ୍ତକ୍ଷେପ କରନ୍ତୁ। ଦୁଇଟି ରାଜ୍ୟ ଭିତରେ ଯେତେବେଳେ ବିବାଦ ହୁଏ କେନ୍ଦ୍ରର କିଛି ଦାୟିତ୍ଵ ଥାଏ। କେନ୍ଦ୍ର ସରକାର ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବସେଇ ସମାଧାନ କରୁନି। ଧର୍ମେନ୍ଦ୍ର ବାବୁ ଯାଆନ୍ତୁ ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ କୁହନ୍ତୁ। ସେ ଦୁଇ ରାଜ୍ୟକୁ ଡାକନ୍ତୁ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ପକ୍ଷର ଅବହେଳା ରହୁଛି।

ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ। ଏଥିରେ କୌଣସି ଦ୍ୱିମତ କିମ୍ବା ଦ୍ୱନ୍ଦ୍ୱ ନାହିଁ। କେନ୍ଦ୍ରମନ୍ତ୍ରୀଙ୍କ ଜାଗାରେ ଓଡିଶାର ମୁଖ୍ୟମନ୍ତ୍ରୀ ଯଦି ଉତ୍କଳ ଦିବସ କୋଟିଆରେ ପାଳନ କରିଥାନ୍ତେ ଆମେ ସ୍ୱାଗତ କରିଥାନ୍ତୁ। କିନ୍ତୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦିନକ ପାଇଁ କୋଟିଆ ନଯିବା ଅତ୍ୟନ୍ତ ଦୁଃଖଦାୟକ। ସେ କହିଲେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପାଟିରେ ବିଜେଡ଼ି ବିବୃତ୍ତି ଦିଆକରାଇଲା। ମୁଖ୍ୟମନ୍ତ୍ରୀ ଓ ନରସିଂହ ମିଶ୍ର ଉଭୟ ବିଜେଡ଼ି ଓ କଂଗ୍ରେସର ମିଳିତ ପ୍ରେସମିଟ୍ କରି କୋଟିଆ ଉପରେ ତାଙ୍କର ଷ୍ଟାଣ୍ଡ ସ୍ପଷ୍ଟ କରନ୍ତୁ। ୬୦ ଦଶକରେ ହୋଇଥିବା ମକଦ୍ଦମା ଆଜି ମଧ୍ୟ ବିଚାରାଧୀନ ଅଛି। ରାଜ୍ୟ ସରକାର କୋଟିଆକୁ ବଞ୍ଚାଇବା ପାଇଁ କୌଣସି ସ୍ପଷ୍ଟ ତଥ୍ୟ ଏ ପର୍ଯ୍ୟନ୍ତ ରଖିପାରି ନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button