୧୮ ପୁରୁଷଙ୍କ ସହ ରୋମାନ୍ସ କଲେ ମହିଳା

ସିଡନୀ : ଅଷ୍ଟ୍ରେଲିଆର ଜଣେ ମହିଳା ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ ସମ୍ପର୍କ ରହିଥିଲେ। ଏକ ଶୋ’ ମାଧ୍ୟମରେ ସେ କହିଥିଲେ ଏକରୁ ଅଧିକ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରିବାର ଇଚ୍ଛା ପୂରଣ କରିଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ସ୍ୱାମୀ କରିଥିଲେ ସମର୍ଥନ।

ଖବର ଅନୁଯାୟୀ ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା ୩୦ ବର୍ଷୀୟ ଲୁଇସ୍ ତାଙ୍କ ଗ୍ରୁପ୍‌ ଶାରୀରିକ ସମ୍ପର୍କ ଥିବା ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିଲେ। ଲୁଇସ୍‌ଙ୍କ ସ୍ୱାମୀ ଅନେକ ଦିନ ବାହାରେ ରହୁଥିବା କାରଣରୁ ସେ ଏକ ସେକ୍ସ କ୍ଲବରେ ଯୋଗ ଦେଇ କିଛି ଅପରିଚିତ ବ୍ୟକ୍ତିଙ୍କ ସହ ରଖିଥିଲେ ସମ୍ପର୍କ। କିନ୍ତୁ ସେ ଗୋଟିଏ ରାତିରେ ଅନେକ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାର ଅଭିଜ୍ଞତା ଅନୁଭବ କରିବାକୁ ଚାହୁଁଥିଲେ। ଏ ସମ୍ପର୍କରେ ସ୍ୱାମୀଙ୍କୁ ଜଣାଇଥିଲେ। ଏହା ଶୁଣିବା ପରେ ସ୍ୱାମୀ ଲୁଇଙ୍କୁ କରିଥିଲେ ସମର୍ଥନ। ଲୁଇ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ ସମ୍ପର୍କ ରଖିଥିବାବେଳେ ତାଙ୍କ ସ୍ୱାମୀ ଯୋଗାଉଥିଲେ କଣ୍ଡୋମ।

ଲୁଇ କହିଥିଲେ ପୂର୍ବରୁ ସେ ଗୋଟିଏ ରାତିରେ ୧୦ ଜଣ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ। ପରେ ଏହି ସଂଖ୍ୟା ୧୮କୁ ବୃଦ୍ଧି ପାଇଲା। ସେହିପରି ଲୁଇଙ୍କ ସ୍ୱାମୀ କହିଛନ୍ତି ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ। ପତ୍ନୀ କିଛି ଅଲଗା କରିବାକୁ ଚାହୁଁଥିବାରୁ ସେ ତାଙ୍କୁ ସମର୍ଥନ କରି ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button