ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

ଛତ୍ରପୁର : ପାରିବାରିକ କଳହର କରୁଣ ପରିଣତି। ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ତଳପୁଟ ବଗଡ଼ ଗ୍ରାମରେ ଏପରି ଘଟଣା ଘଟିଛି। ସ୍ତ୍ରୀ ଓ ପୁଅକୁ ଆରୀ ବ୍ଲେଡରେ କାଟି ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରଛି। ମୃତକମାନେ ହେଲେ ସୁଜନ ପ୍ରଧାନ, ରୁନି ପ୍ରଧାନ ଓ ପୁଅ ରୁମେଶ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ଖବର ଅନୁଯାୟୀ ଦୁଇବର୍ଷ ତଳେ ଉପରବଡ଼ପୁଟ ଗ୍ରାମ ଇନ୍ଦିରା ବାସ କୋଲନିର ଚରଣ ପ୍ରଧାନଙ୍କ ଝିଅ ସହିତ ସାନବଡ଼ପୁଟ ଗ୍ରାମର ଶୋଭା ପ୍ରଧାନଙ୍କ ସାନ ପୁଅର ବୈଦିକ ରୀତିରେ ବିବାହ ହୋଇଥିଲା। କିନ୍ତୁ ଗତ କିଛିଦିନ ହେଲା ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ବୁଧବାର ସକାଳୁ ଶୋଭା ପ୍ରଧାନ ଚାଉଳ ଆଣିବାକୁ ଡାକିବା ପାଇଁ ଗଲା ବେଳେ ତିନି ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ଚମାଖଣ୍ଡି ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍‌ଡ଼ିପିଓ ଗୌତମ କିସାନ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଚମାଖଣ୍ଡି ଏସ ଆଇ ନବୀନ ଚୌଧୁରୀ, ଏ ଏସ ଆଇ ଡ଼ି ଭେଙ୍କଟ ଦୋରାଙ୍କ ସମେତ ପୋଲିସ କର୍ମଚାରୀ ପହଂଚି ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button