ଅରୁଣାଚଳ ସୀମାରେ ବର୍ଡର ଡିଫେନ୍ସ ଫୋର୍ସକୁ ଚୀନ ତାଲିମ୍ ଦେଉଛି

ନୂଆଦିଲ୍ଲୀ : ଭାରତକୁ ଘେରିବାକୁ ଚୀନ ନୂଆ ଯୋଜନା ପ୍ରସ୍ତୁତ କରୁଛି। ଅରୁଣାଚଳ ପ୍ରଦେଶ ଏଲଏସି ନିକଟରେ ବର୍ଡର ଡିଫେନ୍ସ ବ୍ରିଗେଡର ସୈନ୍ୟଙ୍କୁ ଦେଉଛି ସ୍ପେଶାଲ ଫେସଅଫ୍ ଟ୍ରେନିଂ। ଗୁଇନ୍ଦା ରିପୋର୍ଟରୁ ଏହି ସୂଚନା ମିଳିଛି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଚୀନ ସୈନ୍ୟର ପ୍ରଥମ ବ୍ୟାଚ ତାମିଲ ୭ଦିନ ପୂର୍ବରୁ ଆରମ୍ଭ ହୋଇଯାଇଛି। ଏଥିରେ ପାଇଁ ୧୮୦୦ ଯବାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହି ଟ୍ରେନିଂକୁ ବର୍ଡର ଡିଫେନ୍ସ ବ୍ରିଗେଡର ବରିଷ୍ଠ ଅଧିକାରୀ ପରିଚାଳନା କରିଥିଲେ। ପ୍ରତ୍ୟେକବର୍ଷ ଚୀନ ସେନାର ଏହି ପ୍ରଶିକ୍ଷଣ ହୋଇଥିଲେ ହେଁ ଚଳିତବର୍ଷ ଅନଆର୍ମଡ୍ କାମ୍ବେଡ ତାଲିମକୁ ବିଶେଷ ଭାବେ ଫୋକସ ଦିଆଯାଉଛି।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଟ୍ରେନି ଭାରତୀୟ ଅଞ୍ଚଳରେ ହେଉଛି। କିବଥୁ ଓ ଅନ୍ୟ ଏକ ପ୍ରାନ୍ତରେ ହେଉଛି । ଗୃହମନ୍ତ୍ରୀ ଅମିତ ଶାହ କିଛିଦିନ ତଳେ ଏହି ଅଞ୍ଚଳ ଗସ୍ତକରି ନିଜ ଭାଷାରେ ଚେନାବନୀ ଦେଇଥିଲେ। କିନ୍ତୁ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳରେ ଚୀନ ନିର୍ମାଣକାମ ଜାରି ରିଖିଥିବାରୁ ଏବେ କୌଣସି ବିବାଦରେ ପଶିବାକୁ ଚାହୁଁନଥିବା ଜଣାପଡ଼ିଛି।

ଚୀନ ସୈନ୍ୟ ଅରୁଣାଚଳ ସୀମାକୁ ଲାଗିଥିବା ଅଞ୍ଚଳରେ ସତର୍କତାର ସହିତ ପାଟ୍ରୋଲିଂ କରୁଥିବା ବେଳେ ଭାରତୀୟ ସେନାଙ୍କ ଠାରୁ ଦୂରେଇ ରହୁଛନ୍ତି। ଇତିମଧ୍ୟରେ ଚୀନ ବର୍ଡର ଡିଫେନ୍ସ ଫୋର୍ସ ପାଇଁ ୨୬ ହଜାର କୋଲ୍ଡ ୱିପନ ଅର୍ଡର କରିଛି। ଏହାର ବ୍ୟବହାରକୁ ସୀମିତ ରଖିବାକୁ ଯବାନମାନଙ୍କୁ ପ୍ରଶିକ୍ଷଣ ଦେଉଛି।

Leave a Reply

Your email address will not be published. Required fields are marked *

Back to top button