ଆନନ୍ଦପୁର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଝାନ୍ସିରାଣୀ

ଘସିପୁରା : ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକରେ ହୋଇଥିଲା ଜନଶୁଣାଣି। ଏଥିରେ ଜିଲ୍ଲାପାଳଙ୍କ ସମତେ କେନ୍ଦୁଝରର ବିଭିନ୍ନ ବିଭାଗରୁ ଉଚ୍ଚ କର୍ତ୍ତପକ୍ଷ ଯୋଗଦେଇ ଲୋକମାନଙ୍କ ସମସ୍ୟା ଶୁଣିଥିଲେ।
ଖବର ଅନୁଯାୟୀ ସମାଜସେବୀ ଝାନ୍ସି ରାଣୀ ଦାସ ଆନନ୍ଦପୁରର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ ଆଶିଷ ଠାକୁରେଙ୍କୁ ଭେଟିଥିଲେ। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଆହାର କେନ୍ଦ୍ର, ଜିଲ୍ଲା ଖଣିଜ ପାଣ୍ଠି ତରଫରୁ ଶହେ ଶଯ୍ୟା ବିଶିଷ୍ଟ ବୃଦ୍ଧା ଆଶ୍ରମ, ମରେଇଗାଁ ଠାରୁ ବଳିପୁର ରାସ୍ତା (ବାରିକ୍ ମିସ୍ତ୍ରୀ ବନ୍ଧ)ର ମରାମତି, କେ ବାଲିପାଳରେ ସରମଣ୍ଡି, ମଲ୍ଲିପଶି, ଭଂରା ମୟୂର ନଚା ଆଦି ଜନଜାତି ଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମରେ ଅନ୍ତର୍ଭୁ୍ତ କରିବାକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ। ଏ ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ତାଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି।