କୋର୍ଟ ଭିତରେ ଓକିଲଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଶାହଜହାଁପୁରର ଜିଲ୍ଲା କୋର୍ଟରେ ଅଘଟଣ। କୋର୍ଟ ପରିସରରେ ଓକିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି।

ଖବର ଅନୁଯାୟୀ ପୋଲିସ କହିଛି ମୃତ ଓକିଲଙ୍କ ନାଁ ଭୂପେନ୍ଦ୍ର ସିଂହ। ସେ ଆଜି କୋର୍ଟ ଭିତର ରେକର୍ଡ ରୁମ୍‌କୁ କୌଣସି କାମରେ ଯାଇଥିବା ବେଳେ ତାଙ୍କୁ ଉପରକୁ ଗୁଳିମାଡ ହୋଇଛି। ମୃତଦେହ ନିକଟରୁ ଏକ ବନ୍ଧୁକ ଓ ଦୁଇଟି ଗୁଳି ଜବତ ହୋଇଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଓକିଲ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିଲେ, ହଠାତ୍ ଏକ ଶବ୍ଦ ଶୁଣାଗଲା ଏବଂ ସେ ତଳେ ପଡ଼ିଯାଇଥିଲେ। ପୁଲସ କହିବା ମୁତାବକ, ଘଟଣା ସମୟରେ ତାଙ୍କ ଚାରିପାଖରେ ଅନ୍ୟ କୌଣସି ବ୍ୟକ୍ତି ଦେଖାଯାଇ ନ ଥିଲେ। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *

Back to top button