ବନ୍ୟାରେ ପୁରୁଣା ପୋଲ ଓ ରାସ୍ତା ଭାଙ୍ଗିଲା : ଯୋଗାଯୋଗ ବିଚ୍ଛିନ୍ନ

ସୋନପୁର : ଲଘୁଚାପ ଜନିତ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସମସ୍ତ ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ଯୋଡ଼ୁଥିବା ବୀରମହାରାଜପୁର-ଯୁଯୁମୁରା ରାସ୍ତାର ମୁର୍ଷୁଣ୍ଢି ନିକଟରେ ହରିହର ଯୋରର ପୁରୁଣା ପୋଲ ଓ ରାସ୍ତା ଭାଙ୍ଗିଯାଇଛି। ଫଳରେ ଲକ୍ଷାଧିକ ଲୋକ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛନ୍ତି।

ସୋମବାରଠାରୁ ପ୍ରବଳ ବର୍ଷା ସାଙ୍ଗକୁ ଠେଙ୍ଗୋ ‌ଡ୍ୟାମ୍‌ରୁ ୬ଟି ଗେଟ୍‌ ଖୋଲି ଦିଆଯିବା ଫଳରେ ବୀରମହାରାଜପୁର ବ୍ଲକରେ ବନ୍ୟାବିତ୍ପାତ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଭାଙ୍ଗିଯାଇଥିବା ବେଳେ ଘରର କାନ୍ଥ ପଡିଯାଇଥିବା ଦେଖିବାକୁ ମିଳିଛି। ନଷ୍ଟ ହୋଇଛି ପନିପରିବା ଚାଷ। କୌଣସି ଘୋଷଣା ନକରି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ଗେଟ୍‌ ଖୋଲିଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ମୁର୍ଷୁଣ୍ଢି ଠାରେ ହରିହର ଯୋର ଉପରେ ପୁରୁଣା ପୋଲ ବାଡ଼ା ଭାଙ୍ଗିବା ସହିତ ଉଭୟ ପଟରେ ୧୫ ଫୁଟର ପ୍ରାୟ ପାଞ୍ଚୋଟି ଘାଇ ସୃଷ୍ଟି ହୋଇଛି। ବୀରମହାରାଜପୁରର ଠାରୁ ମୁର୍ଷୁଣ୍ଢି ପଞ୍ଜାୟତ ଓ ଘୁଙ୍ଗିଯୋର ବନ୍ୟା ସହିତ ଘାଇ ହେବାରୁ ଅମରପାଲି ଦେଇ ମୋଚିବାହାରକୁ ଯୋଡ଼ୁଥିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫୁଲଚରା ଗ୍ରାମ୍ୟ ଉନ୍ନୟନ ରାସ୍ତା, ଦୁହୁଲପାଲି ବ୍ଲକ ରାସ୍ତା, ପିତା ମହୁଲ, ଡୁଳେଶ୍ୱର ରାସ୍ତା ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Back to top button