ଯୁବତୀଙ୍କୁ ଛୁରୀଭୁସି ହତ୍ୟା କରିଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ଅଭିଯୁକ୍ତ ରମେଶ ବାରିକକୁ ପୋଲିସ କେନ୍ଦ୍ରାପଡାରୁ ଗିରଫ କରିଛି।

ଖବର ଅନୁଯାୟୀ ବୈଜୟନ୍ତୀ ସାହୁ ନାମକ ଯୁବତୀ ଜଗତସିଂହପୁର ନାଉଗାଁର ଅଞ୍ଚଳର। ୮ ଦିନ ହେବ ସେ ରାଜଧାନୀର ଜିଜିପି କଲୋନୀରେ ଥିବା ଫାୟାର ସେଫ୍ଟିରେ ରିସେପସନିଷ୍ଟ ଭାବେ ଚାକିରୀ କରୁଥିଲେ। ସେଠାରେ ପୂବର୍ରୁ କାମ କରୁଥିବା ଜଣେ ସିକ୍ୟୁରିଟି ରମେଶ ବାରିକ କୌଣସି କଥାକୁ ନେଇ ବୈଜୟନ୍ତୀଙ୍କୁ ଛୁରୀରେ ଆକ୍ରମଣ କରିଥଲେ। ବୈଜୟନ୍ତିଙ୍କ ପେଟରେ ଗଭୀର କ୍ଷତ ହୋଇଥିବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୈଜୟନ୍ତିଙ୍କର ମୃତ୍ୟୁ ହୋଇଛି। କଂପାନୀ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ରମେଶକୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button