ଟିକସ ହେରଫେର : ହୀରା କମ୍ପାନୀର ୨୩ଟି ସ୍ଥାନରେ ରେଡ୍‌

ନୂଆଦିଲ୍ଲୀ : ହୀରା ତିଆରି ଓ ରାପ୍ତାନୀ କରୁଥିବା ଗୁଜରାଟର ଏକ ସଂସ୍ଥାର ୨୩ଟି ସ୍ଥାନରେ ଆୟକର ବିଭାଗ ରେଡ୍‌ କରିଛି। କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଘଟଣାରେ ସେପ୍ଟେମ୍ବର ୨୨ରୁ ରେଡ ଆରମ୍ଭ ହୋଇଛି।

ଖବର ଅନୁଯାୟୀ ହୀରା ବ୍ୟବସାୟ ସହ କମ୍ପାନୀର ସୁରତ, ନଭସାରି ଓ ମୋରବି ଭଳି ସ୍ଥାନରେଟାଇଲ୍ସ ଟାଇଲ୍ସ ବ୍ୟବସାୟ ଚାଲିଛି। ପ୍ରାଥମିକ ବିଶ୍ଲେଷଣରୁ ଜଣାପଡ଼ିଛି ହିସାବ ବାହାରେ କମ୍ପାନୀ ହୀରା କିଣି ବିନା ହିସାବରେ ପ୍ରାୟ ୫୧୮ କୋଟି ଟଙ୍କାର ଛୋଟ ପଲିସଡ ହୀରା ନିର୍ଦ୍ଦିଷ୍ଟ କିଛି ସମୟ ସୀମା ମଧ୍ୟରେ ବିକ୍ରି କରିଛି। କମ୍ପାନୀ ପକ୍ଷରୁ ୯୫ କୋଟିରୁ ଅଧିକ ଟଙ୍କାର ହୀରା ବିକ୍ରି କରାଯାଇଥିଲେ ମଧ୍ୟ ଏହାର ହସିବା ଦିଆଯାଇ ନାହିଁ। ଏହାକୁ ଲୁଚାଇ କମ୍ପାନୀ କୋଟି କୋଟି ଟଙ୍କାର ଟିକସ ଫାଙ୍କିଛି। ରେଡ୍‌ ବେଳେ କମ୍ପାନୀର ହସିବା ବାହାରେ ୧.୯୫ କୋଟିର ନଗଦ ଟଙ୍କା ଓ ଅଳଙ୍କାର ଜବତ ହୋଇଛି। ଏହାଛଡା ୧୦.୯୮ କୋଟି ଟଙ୍କାର ହୀରା ମଧ୍ୟ ମିଳିଛି। ଗ୍ରୁପ ସଦସ୍ୟଙ୍କ ମାଲିକାନାରେ ଥିବା ବିପୁଳ ପରିମାଣର ଲକରକୁ ଚିହ୍ନଟ କରାଯାଇଛି। ଗତ ୨ ବର୍ଷ ମଧ୍ୟରେ କମ୍ପାନୀ ୧୮୯ କୋଟି ଟଙ୍କାର ହୀରା କିଣିଥିବା ବେଳେ ୧୦୪୦ କୋଟି ଟଙ୍କାର ହୀରା ବିକ୍ରି କରିଛି। କିନ୍ତୁ ଏହାର ହସିବା କମ୍ପାନୀ ଦେଇନାହିଁ। ସେହିପରି ରିୟଲି ଷ୍ଟେଟ ବ୍ୟବସାୟୀରେ ୮୦ କୋଟି ଟଙ୍କା ବେଆଇନ ଭାବେ ଠୁଳ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button