ଜାଲ ସାର୍ଟିଫିକେଟ : ବହିଷ୍କୃତ ଦୁଇ ଶିକ୍ଷକଙ୍କ ନାଁରେ ମାମଲା

ଫୁଲବାଣୀ : ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ଦୁଇ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ପ୍ରଥମେ ଧରାପଡ଼ିବା ପରେ ଫେ‍ବ୍ରୁଆରୀ ୧୦ ତାରିଖରେ ଚାକିରିରୁ ବିଦା ହୋଇଥିଲେ। ଏବେ କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଉଭୟଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି। ଶିକ୍ଷକଦ୍ୱୟ ହେଲେ କଟକ ଜିଲ୍ଲାର ପଦୟିନୀ ସ୍ୱାଇଁ ଓ ଗଂଜାମର କୃଷ୍ଣଚନ୍ଦ୍ର ଶତପଥୀ।

ଖବର ଅନୁଯାୟୀ ୨୦୧୮ ଏପ୍ରିଲ ମାସରେ ପଦୟିନୀ ସ୍ୱାଇଁ ସିର୍ତ୍ତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷୟତ୍ରୀ ଓ କୃଷ୍ଣଚନ୍ଦ୍ର ଶତପଥୀ ଡିମିସିଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ଦୁହିଁଙ୍କ ବିଇଡ଼ି ସାର୍ଟିଫିକେଟ ଯାଞ୍ଚ ହେବାରୁ ସେମାନେ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *

Back to top button