ଗୁଜରାଟ : ପ୍ରବଳ ବର୍ଷାରେ ଭାସିଗଲା ଶତାଧିକ ଗାଡ଼ି

ଜୁନାଗଡ଼ : ଗୁଜରାଟର ଜୁନାଗଡ଼ରେ ହୋଇଛି ବାଦଲ ଫଟା ବର୍ଷା। ଫଳରେ ସୃଷ୍ଟି ହୋଇଛି ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି। ପାଣିର ପ୍ରବଳ ସ୍ରୋତରେ ରାସ୍ତାରେ ଚାଲୁଥିବା ଗାଡିଗୁଡିକ ଭାସିଯାଇଥିବା ବେଳେ ଅନେକ ପଶୁ ମଧ୍ୟ ଭାସି ଯାଇଛନ୍ତି। କେବଳ ଗୁଜରାଟ ନୁହେଁ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା କିଛିଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଖବର ଅନୁଯାୟୀ ଜୁନାଗଡ଼ରେ ୪ ଘଣ୍ଟା ମଧ୍ୟରେ ୮ ଇଞ୍ଚ ବର୍ଷା ହେବାରୁ ପୂରା ସହର ଜଳମଗ୍ନ ହୋଇଯାଇଥିଲା। ଏହାଛଡା ସହର ସଂଲଗ୍ନ ପାହାଡ଼ିଆ ଅଞ୍ଚଳ ଗିରନାରରେ ୧୪ ଇଞ୍ଚ ବର୍ଷା ହୋଇଛି। ପାହାଡ଼ ଉପରୁ ପ୍ରବଳ ବେଗରେ ପାଣି ମାଡ଼ିଆସିବା ଫଳରେ ଗାଡ଼ି ଓ ପଶୁମାନେ ଭାସିଯାଇଥିଲେ। ଏଭଳି ପରିସ୍ଥିତିରେ ଜୀବନ ବଞ୍ଚାଇବା ପାଇଁ ଲୋକେ ନିଜ ଘରକୁ ପଳାଇଯାଇଥିଲେ। ୧୯୮୩ ପରେ ଜୁନାଗଡ଼ରେ ପ୍ରଥମ ଥର ପାଇଁ ଏପରି ବର୍ଷା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *

Back to top button