ବାସି ଚା’ ଗରମ କରି ପିଇବା ଅନୁଚିତ

ଚା’ ପିଇବା ଅନେକଙ୍କର ପସନ୍ଦ। କେତେକ ଏକାଧିକ ଥର ଚା’ ପିଅନ୍ତି। ଅଧିକ ଚା’ ପିଉଥିବା ବ୍ୟକ୍ତି ବାସି ଚା’କୁ ରଖି ଗରମ କରି ପିଉଥିବା ଦେଖାଯାଏ। କିନ୍ତୁ ଏହା ସ୍ୱାସ୍ଥ୍ୟପକ୍ଷେ ଆଦୌ ଭଲ ନୁହେଁ। ଏପରି କରିବା ହାନିକାର ହୋଇଥାଏ।

  • ଦୀର୍ଘ ସମୟ ରଖାଯାଇଥିବା ଚା’କୁ ବାରମ୍ବାର ଗରମ କରି ପିଇବା ଉଚିତ୍ ନୁହେଁ। ଏପରି କରିବା ଦ୍ୱାରା କେବେଳ ଚା’ର ସ୍ୱାଦ ଓ ସୁଗନ୍ଧ ବଦଳିଯାଏନାହିଁ ପେଟ ଜନିତ ସମସ୍ୟା ସୃଷ୍ଟି କରେ।
  • ବାସି ଚା’କୁ ଗରମ କରି ପିଇବା ଦ୍ୱାରା ସେଥିରେ ଥିବା ଭଲ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଏହା ସ୍ୱାଦହୀନ ମଧ୍ୟ ଲାଗେ। ଏଥିସହ ଏହା ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଏ।
  • ବାସି ଚା’ ପିଇଲେ ଝାଡା, କୋଷ୍ଟ କାଠିନ୍ୟ ଓ ହଜମରେ ସମସ୍ୟା ଆଦି ଦେଖାଦେଇପାରେ। ତେଣୁ ବାସି ଚା’କୁ ଗରମ କରି ପିଇବା ଅନୁଚିତ।
  • ବାସି ଚା’ରେ ଅନେକ ଜୀବାଣୁ ଉତ୍ପନ୍ନ ହୋଇଯାଇଥା’ନ୍ତି। କ୍ଷୀରରେ ତିଆରି ଚା’ ଦୀର୍ଘ ସମୟ ରହିଯିବା ପରେ ଏଥିରେ ମାଇକ୍ରୋବସ୍(ଏକ ପ୍ରକାର ଜୀବାଣୁ) ହେବା ଆଶଙ୍କା ରହିଛି।
  • ଯଦି ଆପଣ ହର୍ବାଲ ଚା’ ପିଉଛନ୍ତି ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଗରମ କରି ପିଅନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ସମସ୍ତ ଗୁଣ ନଷ୍ଟ ହୋଇଯାଇଥାଏ। ଯଦି ଆପଣ ଚା’କୁ ୧୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ କରିଛନ୍ତି ତେବେ ତାକୁ ଗରମ କରି ପିଇପାରିବେ।

Leave a Reply

Your email address will not be published. Required fields are marked *

Back to top button