ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ

ଭୁବନେଶ୍ଵର : ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି। ସେହିପରି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଣିଛନ୍ତି ସ୍ୱାଧୀକାର ଭଙ୍ଗ ନୋଟିସ।

ଖବର ଅନୁଯାୟୀ ମୋହନ ମାଝୀ କହିଛନ୍ତି ବିରୋଧୀ ଦଳ ଭାବେ ବିବୃତି ମାଗି ନଥିଲୁ। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ଆଡୁ ବିବୃତି ରଖିଥିଲେ। ଫାଇଭ ଟି ସଚିବଙ୍କୁ ଘଣ୍ଟ ଘୋଡାଇବା ବିବୃତି ରଖିବ ସହିତ ବିରୋଧୀମାନଙ୍କୁ ଜନବିରୋଧୀ କହିଥିଲେ। ତେଣୁ କିଏ ଜନ ବିରୋଧୀ ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି ? ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଓ ଏହି ଶବ୍ଦକୁ ବିବରଣୀରୁ ବାଦ ଦିଆଯାଉ ବୋଲି ମୋହନ ମାଝୀ କହିଛନ୍ତି।

ସେହିପରି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ପୂର୍ତ୍ତ ବିଭାଗ ତଥ୍ୟରେ ବହୁ ମିଥ୍ୟା ତଥ୍ୟ ରହୁଥିବା ବେଳେ ଖାମଖିଆଲି ଭାବେ ଉତ୍ତର ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତରକୁ ନେଇ ସେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପ୍ରିଭିଲେଜ କମିଟି ଗଠନ କରାଯାଉ ବୋଲି ଦାବି କରିଛନ୍ତି। ଏହାର ବିଚାର କରାଯିବ ବୋଲି ବାଚସ୍ପତି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button