ୟୁଟ୍ୟୁବରେ ଅଙ୍ଗନବାଡି କର୍ମୀଙ୍କ ଅଶ୍ଳୀଳ ପୋଷ୍ଟକରି ଗିରଫ

ସମ୍ୱଲପୁର : ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ଳୀଳ ପୋଷ୍ଟିଂ କରିବା ଅଭିଯୋଗରେ ବଲାଙ୍ଗିର ବୁଦ୍ଧବାହାଲର ସମରା ଗାଁର ଲକ୍ଷେଶ୍ୱର ମଲ୍ଲିକ୍ ଗିରଫ। ସେ ଜଣେ ଅଙ୍ଗନବାଡି କର୍ମୀଙ୍କ ଫଟୋ ସହିତ ଅଶ୍ଳୀଳ ଭାଷା ଲେଖି ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରିଥିଲେ।

ଖବର ଅନୁଯାୟୀ ଲକ୍ଷେଶ୍ୱରର ସମ୍ବଲପୁରୀ ଦୁକାନ ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। କିଛିଦିନ ତଳେ ସେ ସେହି ଚ୍ୟାନେଲରେ ଜଣେ ଅଙ୍ଗନବାଡି ମହିଳା କର୍ମୀଙ୍କ ଫଟୋ ସହିତ ସେ କହୁଥିବା ଅଶ୍ଳୀଳ ଶବ୍ଦ ଓ ତାଙ୍କୁ ଅପମାନିତ କଲା ଭଳି ଭାଷାର ପ୍ରୟୋଗ କରୁଥିବା ଭିଡିଓ ପୋଷ୍ଟ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବାରୁ ଅଭିଯୁକ୍ତକୁ ସମ୍ବଲପୁର ସାଇବର ଥାନା ପୋଲିସ ଲକ୍ଷେଶ୍ୱରକୁ ବଲାଙ୍ଗିରରୁ ଗିରଫ କରିଛି। ତାଙ୍କ ନିକଟରୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି। ଏହାଛଡା ସମ୍ବଲପୁର ସାଇବର୍ କ୍ରାଇମ୍ ପୋଲିସର ଅନୁରୋଧ ପରେ ୟୁଟ୍ୟୁବ୍ କର୍ତ୍ତୃପକ୍ଷ ଭିଡିଓଟିକୁ ଡିଲିଟ୍ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button