ନାଟକ ଦେଖି ଫେରୁଥିବା ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲାରେ ଏକ ଲଜ୍ଜାଜଣକ ଘଟଣା ଘଟିଛି। ଲାଞ୍ଜିଗଡ଼ ଥାନା ଅଞ୍ଚଳର ନାଟକ ଦେଖି ଫେରୁଥିବା ଦୁଇ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୀଡିତଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ଲାଞ୍ଜିଗଡ଼ ଥାନା ଅଞ୍ଚଳର ୩ ଜଣ ନାବାଳିକା ଗତକାଲି ବିଳମ୍ବିତ ରାତିରେ ନାଟକ ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ୫ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇ ଦୁଇଜଣଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। ଜଣେ ନାବାଳିକା ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଯୁବକମାନେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ପରିବାର ଲୋକଙ୍କୁ ମାରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇ ଫେରାର ହୋଇଯାଇଥିଲେ।

ନାବାଳିକାଦ୍ୱୟ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବାରୁ ଆଜି ସକାଳେ ଉଭୟଙ୍କ ପରିବାର ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଦୁଇ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button