ହସ୍ପିଟାଲ୍ରେ ଅଗ୍ନିକାଣ୍ଡ : ୨୦ ନବଜାତ ଶିଶୁ ଉଦ୍ଧାର

ନୂଆଦିଲ୍ଲୀ : ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ବୈଶାଳୀ କଲୋନିର ଏକ ହସ୍ପିଟାଲ୍ନିରେ ନିଆଁ ଲାଗିଯିବାରୁ ଅଗ୍ନିଶମ ବାହିନୀ ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି।
ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦେଶକ ଅତୁଲ୍ ଗର୍ଗ କହିଛନ୍ତି ହସ୍ପିଟାଲ୍ରେ ନିଆଁ ଲାଗିଥିବା ରାତି ୧.୩୫ରେ କଲ୍ ପାଇଲୁ। ତୁରନ୍ତ ଦମକଳ ପଠାଇ ରାତି ପ୍ରାୟ ୨.୩୦ରେ ନିଆଁ ଲିଭାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ୧୩ଜଣଙ୍କୁ ଆର୍ଯ୍ୟ ହସ୍ପିଟାଲ୍, ୨ଜଣଙ୍କୁ ଦ୍ଵାରକା ମୋରେ ନ୍ୟୁବର୍ଣ୍ଣ ଚାଇଲ୍ଡ୍ ହସ୍ପିଟାଲ୍, ୨ଜଣଙ୍କୁ ଜନକପୁରୀର ଜେ.କେ. ହସ୍ପିଟାଲ୍କୁ ପଠାଇ ଦିଆଯାଇଛି। ୩ଜଣଙ୍କୁ ବୈଶାଳୀସ୍ଥିତ ଉକ୍ତ ହସ୍ପିଟାଲ୍ରୁ ଘରକୁ ଡିସ୍ଚାର୍ଜ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ହସ୍ପିଟାଲ୍ର ଗୋଟିଏ ଫ୍ଲୋର୍ରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ କେହି ମୃତାହତ ହୋଇନାହାନ୍ତି।ଡାକ୍ତରଖାନାର ବେସ୍ମେଣ୍ଟ୍ରେ ଥିବା କିଛି ଆସବାବ୍ପତ୍ର ପୋଡ଼ିଯାଇଛି। ଏହି ହସ୍ପିଟାଲ୍ର ଫାୟାର୍ ଏନ୍ଓସି ନ ଥିଲା ବୋଲି ଶ୍ରୀ ଗର୍ଗ କହିଛନ୍ତି।