ଜୁଲାଇ ୩୧ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା : ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ୩ମାସ ପର୍ଯ୍ୟନ୍ତ ବନ୍ଦ ରହିବ।

ଖବର ଅନୁଯାୟୀ ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି। ପ୍ରଜନନ ଋତୁରେ କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନରେ ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ଆଉ ଏହି ସମୟରେ ମା କୁମ୍ଭୀର ହୋଇଥାଏ ଅଧିକ ହିଂସ୍ର। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ମେ’ ୧ରୁ ୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ। ସେଥିପାଇଁ ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ଭିତରକନିକାକୁ ପ୍ରବେଶ ନିଷେଧ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button