ଦେହ ବ୍ୟବସାୟ ଅଭିଯୋଗରେ ଅଭିନେତ୍ରୀ ଗିରଫ

ମୁମ୍ବାଇ : ଦେହ ବ୍ୟବସାୟ ଅଭିଯୋଗରେ ଜଣେ ଭୋଜପୁରୀ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ମଡେଲିଙ୍ଗ୍‌ରେ କ୍ୟାରିୟର୍‌ ଆରମ୍ଭ କରିବାକୁ ଆଶାୟୀ ଯୁବତୀମାନଙ୍କୁ ସେ ଜୋର ଜବରଦସ୍ତି ଦେହ ବ୍ୟବସାୟରେ ଲିପ୍ତ କରୁଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।

ଖବର ଅନୁଯାୟୀ ଭୋଜପୁରୀ ଅଭିନେତ୍ରୀ ସୁମନ କୁମାରୀ ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ରେ ଦଲାଲ ଭାବେ କାମ କରୁଥିଲେ। ଏହି ରାକେଟ୍‌କୁ ଧରିବା ପାଇଁ ମୁମ୍ବାଇ ପୋଲିସ୍‌ର ସୋସିଆଲ୍‌ ସର୍ଭିସ୍‌ ବ୍ରାଞ୍ଚ୍‌ ଅପରେସନ୍‌ ଆରମ୍ଭ କରିଥିଲା। ଗତ ଶୁକ୍ରବାର ଆରେ କଲୋନୀ ଅଞ୍ଚଳର ରୟାଲ ପାମ୍‌ ହୋଟେଲରେ ସେକ୍ସ ରାକେଟ୍‌ ଚାଲିଥିବା ମୁମ୍ବାଇ ପୋଲିସ୍‌କୁ ଖବର ମିଳିଥିଲା। ଏହି ରାକେଟ୍‌ର ପର୍ଦ୍ଦାଫାଶ କରିବାକୁ ପୋଲିସ୍‌ ଜଣେ ନକଲି ଗ୍ରାହକଙ୍କୁ ଅଭିନେତ୍ରୀ ସୁମନଙ୍କ ପାଖକୁ ପଠାଇଥିଲେ। ସୁମନ ତାଙ୍କ ସହ ଡିଲ୍‌ କରିଥିଲେ ଓ ପ୍ରତ୍ୟେକ ମଡେଲ୍‌ଙ୍କ ପିଛା ୫୦ରୁ ୮୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନେବାବେଳେ ପୂର୍ବ ଯୋଜନା ମୁତାବକ ହୋଟେଲ୍‌ରେ ଉପସ୍ଥିତ ଥିବା ପୋଲିସ୍‌ ଅଭିନେତ୍ରୀ ସୁମନଙ୍କୁ ଗିରଫ କରିବା ସହ ୩ ଜଣ ମଡେଲ୍‌ଙ୍କୁ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *

Back to top button