ସହକାରୀ ଯନ୍ତ୍ରୀଙ୍କ ଘର ଓ ଅଫିସ୍‌ରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ଵର : ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଏଚ୍‌ ଡିଭିଜନ୍‌-୧ର ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକଙ୍କ ଘର ଓ ଅଫିସ୍‌ରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ବାରିପଦା ରଘୁନାଥପୁର ଗ୍ରାମରେ ନାୟକଙ୍କ ପତ୍ନୀଙ୍କ ନାମରେ ଥିବା ଏକ ୩ ମହଲା କୋଠା, ବଡ଼ସାହିର ତଲାନ୍ଦାରେ ୨ ମହଲା କୋଠା ବିଶିଷ୍ଟ ଆବାସିକ ଘର, ମଣିତ୍ରୀ ଗାଁର ସଂପର୍କୀୟଙ୍କ ଘର ଓ ବାରିପଦାରେ ତାଙ୍କ ଅଫିସ୍ ରୁମରେ ଚଢ଼ଉ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button