ମା’ର ମୃତଶରୀର ଧରି ଥାନାରେ ପହଞ୍ଚିଲା ଝିଅ

ବେଙ୍ଗାଲୁର : ମା’କୁ ହତ୍ୟାକଲା ଝିଅ। ଏପରି ଅଭାବନୀୟ ଘଟଣା କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଛି। କେବଳ ସେତିକି ନୁହେଁ ମା’କୁ ହତ୍ୟା କରିବା ପରେ ଯୁବତୀ ଜଣକ ମୃତଦେହକୁ ଏକ ସୁଟ୍‌କେସ୍‌ରେ ଭର୍ତ୍ତିକରି ଯାଇ ଥାନାରେ ଆତ୍ମସମର୍ପଣ କରିଛନ୍ତି।

ଖବର ଅନୁଯାୟୀ ବେଙ୍ଗାଲୁରୁର ମାଇକୋ ଲେଆଉଟ୍‌ ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଯୁବତୀ ପୋଲିସକୁ କହିଛି ସେ ଜଣେ ଫିଜିଓଥେରାପିଷ୍ଟ୍‌। ମା’ ଓ ତାଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିବାରୁ ସେ ବିବ୍ରତ ହୋଇ ପଡ଼ିଥିଲେ। ରାଗରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ମା’ଙ୍କ ହତ୍ୟା କରିଛନ୍ତି। ‌ଫେରାର୍‌ ହେବାକୁ ପସନ୍ଦ କରୁନଥିବାରୁ ମୃତଦେହ ଧରି ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ଶ୍ରେୟ ମଣିଛନ୍ତି।

Leave a Reply

Your email address will not be published. Required fields are marked *

Back to top button