ଲୋକସଭାରେ ୩ଟି ଅପରାଧିକ ଆଇନ ବିଲ୍ ଗୃହୀତ

ନୂଆଦିଲ୍ଲୀ : ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଆଜି ଲୋକସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି। ଏହି ବିଲ୍ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍ ରହିଛି। ଏହା ଆଇନରେ ପରିଣତ ହେବା ପରେ ବ୍ରିଟିଶ ଅମଳରୁ ପ୍ରଚଳିତ ଅପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବ।

ଖବର ଅନୁଯାୟୀ ପୂର୍ବରୁ ଏହି ବିଲ୍ ଉପରେ ଆଲୋଚନା ହୋଇଥିଲା। ନୂଆ ଆଇନରେ ଆତଙ୍କବାଦ, ମହିଳାଙ୍କ ବିରୋଧରେ ଅପରାଧ, ଦେଶଦ୍ରୋହ ଓ ମବ୍ ଲିଞ୍ଚିଂ ସଂକ୍ରାନ୍ତ ନୂଆ ବ୍ୟବସ୍ଥା ପ୍ରଣୟନ କରାଯାଇଛି। ନୂଆ ବିଲ୍ ଉପରେ ବିତର୍କର ଉତ୍ତର ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଓ ସମସ୍ତଙ୍କ ସହ ସମାନ ବ୍ୟବହାରର ତିନୋଟି ନୀତି ଆଧାରରେ ନୂତନ ଆଇନ ପ୍ରସ୍ତୁତ କରାଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ତିନୋଟି ଆଇନକୁ ମାନବୀକରଣ କରାଯିବ। ନୂଆ ଆଇନରେ ମହିଳା ଓ ଶିଶୁମାନଙ୍କ ସଂପର୍କିତ ଆଇନ, ମାନବ ଅଧିକାର ଓ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଉପରେ ପ୍ରାଥମିକତା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button