ବିଧାୟିକା ଭାବେ ନେଲେ ଶପଥ ଦୀପାଳି ଦାସ

ଭୁବନେଶ୍ଵର : ଝାରସୁଗୁଡା ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ବିଧାୟିକା ଭାବେ ଶପଥ ନେଇଛନ୍ତି। ସୋମବାର ଉପବାଚସ୍ପତି ରଜନୀକାନ୍ତ ସିଂହ ବିଧାନସଭାରେ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ଏହି ସମୟରେ ଦୀପାଳିଙ୍କ ସାଙ୍ଗରେ ତାଙ୍କ ମା’ ଓ ଭାଇଙ୍କ ସମେତ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ରୀତା ସାହୁ ଏବଂ ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ।

ଶପଥ ନେବାପରେ ଦୀପାଳି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୁଁ ଝାରସୁଗୁଡ଼ାବାସୀଙ୍କ ସେବା କରିବ ସହିତ ମୋ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବି।

Leave a Reply

Your email address will not be published. Required fields are marked *

Back to top button