ଶ୍ରୀମନ୍ଦିରରେ ପାନଗୁଟୁଖା ନିଷିଦ୍ଧ ହେଲା

ପୁରୀ : ଶ୍ରୀମନ୍ଦିରରେ ପାନଗୁଟୁଖା ନିଷିଦ୍ଧ। ବରାହ ପୁରାଣ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଲାଗୁ କରିଛି। ମନ୍ଦିର ଭିତରେ କେହି ପାନଗୁଟୁଖା ଖାଇପାରିବେ ନାହିଁ। ଏହି କଟକଣାସେବାୟତମାନଙ୍କୁ ମଧ୍ୟ ମାନିବାକୁ ପଡିବ। ଜାନୁଆରୀ ପହିଲାରୁ ନିୟମକୁ କଡାକଡି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଶ୍ରୀମନ୍ଦିରେ ପାନଗୁଟୁଖା ନିଷିଦ୍ଧ ସମ୍ପର୍କରେ ଆଜିଠାରୁ ସମସ୍ତଙ୍କୁ ସଚେତନ କରାଯିବ। ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଚିଠି କରାଯାଇଛି। ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁଖା ଖାଇପାରିବେ ନାହିଁ। ଏପରିକି ସେବାୟତମାନେ ନିୟମର ଅନୁପାଳନ କରିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button