ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଦାଖଲ

ଭୁବନେଶ୍ଵର : ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ତଦନ୍ତକାରୀ ଅଫିସର ଚାର୍ଜସିଟ୍ ଦାଖଲ କରିଥିଲେ ସେଥିରେ କଣ ଉଲ୍ଲେଖ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ଖବର ଅନୁଯାୟୀ ଗତ ଜାନୁଆରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲେ। ଏହାକୁ ପ୍ରସଙ୍ଗକରି ସରକାରଙ୍କୁ ଘେରିଥିଲେ ବିରୋଧୀ। ରାଜ୍ୟ ସରକାର ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିଥିଲା। କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତ ବଦଳରେ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ। ହେଲେ ହତ୍ୟା ଘଟଣାର ୧୨୦ ଦିନ ମଧ୍ୟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ତଦନ୍ତ ସମୟରେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ ଏବଂ ଏଲଭିଏ ଟେଷ୍ଟର ତର୍ଜମା ଦିଲ୍ଲୀରେ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ପାରିପାଶ୍ୱିର୍କ ସ୍ଥିତିର ଅନୁଧ୍ୟାନ ପରେ କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି।

Leave a Reply

Your email address will not be published. Required fields are marked *

Back to top button