+୨ ସାଇନ୍ସରେ ବାୟୋଲୋଜି ରଖିନଥିଲେ ଡାକ୍ତର ହୋଇପାରିବେ

ନୂଆଦିଲ୍ଲୀ : ଏଣିକି ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନ ରଖି ପାସ୍ କରିଥିଲେ (ଏମବିବିଏସ ଓ ବିଡିଏସ) ଡାକ୍ତରୀ ନାମଲେଖା ପାଇଁ ନିଟ-ୟୁଜି ପରୀକ୍ଷା ଦେଇପାରିବେ। ଜାତୀୟ ମେଡିକାଲ କାଉନସିଲ ଏହି ନୂଆ ନିୟମ ଆଣିଛି।

ଖବର ଅନୁଯାୟୀ ପୂର୍ବ ନିୟମରେ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ବିଷୟବସ୍ତୁ ନେବାକୁ ଅନୁମତି ନଥିଲା। ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ଯୋଗ୍ୟ ହେବାକୁ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ବାୟୋଲୋଜି/ବାୟୋଟେକ୍ନୋଲୋଜି ଓ ଇଂରାଜୀରେ ଦୁଇ ବର୍ଷର କ୍ରମାଗତ ଅଧ୍ୟୟନ କରିବା ବାଧ୍ୟତାମୂଳକ ଥିଲା। ଏ ସମସ୍ତ ବିଷୟରେ ଏକକାଳୀନ ଗୋଟିଏ ବୋର୍ଡର ପାସ୍ ସାର୍ଟିଫିକେଟ୍ ଦରକାର ପଡୁଥିଲା। କିନ୍ତୁ ନୂତନ ନିୟମରେ ଏହି ପ୍ରତିବନ୍ଧକ ନାହିଁ। ଯେଉଁ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀରେ ଫିଜିକ୍ସ, କେମିଷ୍ଟ୍ରି ଓ ମ୍ୟାଥ୍ ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ପରବର୍ତ୍ତୀ ସମୟରେ ବାୟୋଲୋଜି/ବାୟୋଟେକ୍ନୋଲୋଜି ପରୀକ୍ଷାରେ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିରିକ୍ତ ବିଷୟ ଭାବରେ ଯୋଗ୍ୟତା ହାସଲ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button