ହଂସିକାଙ୍କୁ ପୋଷାକ ଦେଉନଥିଲେ ଡିଜାଇନର୍ସ

ମୁମ୍ବାଇ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ହଂସିକା ମୋଟୱାନି। ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଭଳି ଜଣେ ଅଭିନେତ୍ରୀଙ୍କୁ କିଛି ଡିଜାଇନର୍ ଥିଲେ ନିଜ ପୋଷାକ ପିନ୍ଧିବାକୁ ଦେଉନଥିଲେ। ଏହା କହିଛନ୍ତି ହଂସିକା।

ଅଭିନେତ୍ରୀ ହଂସିକା ଏକ ସାକ୍ଷତକାରରେ କହିଛନ୍ତି ଡିଜାଇନରମାନେ ତାଙ୍କୁ ପୋଷାକ ଦେବାକୁ ମନା କରୁଥିଲେ। କାରଣ ସେ ଥିଲେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ। ବଲିଉଡରେ ଫିଲ୍ମ କରୁନଥିବାରୁ ଡିଜାଇନରମାନେ ତାଙ୍କୁ ପୋଷାକ ଦେଉନଥିଲେ। ହେଲେ ଗତ କିଛିବର୍ଷ ମଧ୍ୟରେ ପରିବର୍ତ୍ତନ ଆସିଛି। ଯେଉଁ ଡିଜାଇନରମାନେ ତାଙ୍କୁ ଅଣଦେଖା କରୁଥିଲେ ଆଜି ସେମାନେ ତାଙ୍କ ପାଖକୁ ସେମାନଙ୍କ ପୋଷାକ ପଠାଉଛନ୍ତି। ଏହି ପୋଷାକକୁ ସେ ଫିଲ୍ମର ଟ୍ରେଲର ଲଞ୍ଚ ଓ ଅନ୍ୟାନ୍ୟ ଇଭେଣ୍ଟରେ ପିନ୍ଧି ପାରିବେ।

ହଂସିକା କହିଛନ୍ତି ତାଙ୍କୁ ଅପମାନିତ କରିଥିବା ଡିଜାଇନରମାନଙ୍କୁ ସେ କେବେଅପମାନିତ କରିନାହାନ୍ତି। ଏବେ ସେହି ଡିଜାଇନରମାନେ ପୋଷାକ ଧରି ହଂସିକାଙ୍କ ପାଖକୁ ଆସିଲେ ତାଙ୍କୁ ମନା ନକରି ସେମାନଙ୍କ ପୋଷାକ ପିନ୍ଧିବାକୁ ରାଜି ହେଉଛନ୍ତି।

Leave a Reply

Your email address will not be published. Required fields are marked *

Back to top button